ଦିତୀୟ ଶାମୁୟେଲ 12 : 1 (ORV)
ଅନନ୍ତର ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନଙ୍କୁ ପ୍ରେରଣ କଲେ । ତହୁଁ ସେ ତାଙ୍କ ନିକଟକୁ ଆସି ତାଙ୍କୁ କହିଲେ, ଏକ ନଗରରେ ଦୁଇ ଲୋକ ଥିଲେ; ଜଣେ ଧନୀ ଓ ଜଣେ ଦରିଦ୍ର ।
ଦିତୀୟ ଶାମୁୟେଲ 12 : 2 (ORV)
ଧନୀ ଲୋକର ଅତି ପ୍ରଚୁର ଗୋମେଷାଦି ପଲ ଥିଲା;
ଦିତୀୟ ଶାମୁୟେଲ 12 : 3 (ORV)
ମାତ୍ର ଦରିଦ୍ର ଲୋକର ଗୋଟିଏ ସାନ ମେଷବତ୍ସା ଭିନ୍ନ ଆଉ କିଛି ନ ଥିଲା, ସେ ତାକୁ କିଣି ପାଳିଥିଲା; ତାହା ସଙ୍ଗେ ଓ ତାହାର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢ଼ିଲା; ସେ ତାହାର ନିଜ ତୁଣ୍ତର ଆହାରରୁ ଖାଇଲା ଓ ତାହାର ନିଜ ପାତ୍ରରୁ ପାନ କଲା ଓ ତାହାର କୋଳରେ ଶୟନ କଲା, ପୁଣି ତାହା ପ୍ରତି ସେ କନ୍ୟା ତୁଲ୍ୟ ଥିଲା ।
ଦିତୀୟ ଶାମୁୟେଲ 12 : 4 (ORV)
ଏକ ସମୟରେ ସେହି ଧନୀ ଲୋକ ନିକଟକୁ ଜଣେ ଯାତ୍ରୀ ଆସିଲା, ତହିଁରେ ସେ ଆପଣା ନିକଟକୁ ଆଗତ ପଥିକ ପାଇଁ ରାନ୍ଧିବାକୁ ନିଜ ପଲରୁ ଓ ନିଜ ଗୋଠରୁ ନେବାକୁ କୁଣ୍ଠିତ ହେଲା, ମାତ୍ର ସେହି ଦରିଦ୍ର ଲୋକର ମେଷବତ୍ସାଟିକି ନେଇ ଆଗନ୍ତୁକ ଲୋକ ପାଇଁ ରାନ୍ଧିଲା ।
ଦିତୀୟ ଶାମୁୟେଲ 12 : 5 (ORV)
ଏଥିରେ ସେହି ଧନୀର ପ୍ରତିକୂଳରେ ଦାଉଦଙ୍କର କ୍ରୋଧ ଅତିଶୟ ପ୍ରଜ୍ଵଳିତ ହେଲା; ପୁଣି ସେ ନାଥନଙ୍କୁ କହିଲେ, ଯେଉଁ ବ୍ୟକ୍ତି ଏହା କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମୃତ୍ୟୁଯୋଗ୍ୟ;
ଦିତୀୟ ଶାମୁୟେଲ 12 : 6 (ORV)
ସେ ଏହି କର୍ମ କରିବାରୁ ଓ ସେ କିଛି ଦୟା ନ କରିବାରୁ ସେହି ମେଷବତ୍ସାର ଚାରିଗୁଣ ଫେରାଇ ଦେବ ।
ଦିତୀୟ ଶାମୁୟେଲ 12 : 7 (ORV)
ଏଥିରେ ନାଥନ ଦାଉଦଙ୍କୁ କହିଲେ, ସେହି ବ୍ୟକ୍ତି ତ ତୁମ୍ଭେ । ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ, ଆମ୍ଭେ ତୁମ୍ଭକୁ ଶାଉଲ ହସ୍ତରୁ ରକ୍ଷା କଲୁ;
ଦିତୀୟ ଶାମୁୟେଲ 12 : 8 (ORV)
ପୁଣି ଆମ୍ଭେ ତୁମ୍ଭକୁ ତୁମ୍ଭ ପ୍ରଭୁର ଗୃହ ଓ ତୁମ୍ଭ କୋଳରେ ତୁମ୍ଭ ପ୍ରଭୁର ଭାର୍ଯ୍ୟାମାନଙ୍କୁ ଦେଲୁ, ମଧ୍ୟ ଇସ୍ରାଏଲ ଓ ଯିହୁଦା ବଂଶ ତୁମ୍ଭକୁ ଦେଲୁ; ଆଉ ଯେବେ ଏହା ଅଳ୍ପ ହୋଇଥାʼନ୍ତା, ତେବେ ଆମ୍ଭେ ତୁମ୍ଭକୁ ଆହୁରି ଅନ୍ୟାନ୍ୟ ବିଷୟ ଦେଇଥାʼନ୍ତୁ ।
ଦିତୀୟ ଶାମୁୟେଲ 12 : 9 (ORV)
ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କରିବା ପାଇଁ ତୁମ୍ଭେ କାହିଁକି ତାହାଙ୍କ ବାକ୍ୟ ତୁଚ୍ଛ କଲ? ତୁମ୍ଭ ଖଡ଼୍‍ଗ ଦ୍ଵାରା ହିତ୍ତୀୟ ଊରୀୟକୁ ମାରିଅଛ ଓ ତାହାର ଭାର୍ଯ୍ୟାକୁ ତୁମ୍ଭର ଭାର୍ଯ୍ୟା ହେବା ପାଇଁ ନେଇଅଛ, ପୁଣି ଅମ୍ମୋନ୍-ସନ୍ତାନଗଣର ଖଡ଼୍‍ଗ ଦ୍ଵାରା ଊରୀୟକୁ ବଧ କରିଅଛ ।
ଦିତୀୟ ଶାମୁୟେଲ 12 : 10 (ORV)
ଏହେତୁ ତୁମ୍ଭ ଗୃହରୁ ଖଡ଼୍‍ଗ କେବେ ଯିବ ନାହିଁ; କାରଣ ତୁମ୍ଭେ ଆମ୍ଭକୁ ତୁଚ୍ଛ କରି ତୁମ୍ଭ ଭାର୍ଯ୍ୟା ହେବା ପାଇଁ ହିତ୍ତୀୟ ଊରୀୟର ଭାର୍ଯ୍ୟାକୁ ନେଇଅଛ ।
ଦିତୀୟ ଶାମୁୟେଲ 12 : 11 (ORV)
ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭ ନିଜ ବଂଶରୁ ତୁମ୍ଭ ବିରୁଦ୍ଧରେ ଅମଙ୍ଗଳ ଉତ୍ପନ୍ନ କରିବା ଓ ଆମ୍ଭେ ତୁମ୍ଭ ଭାର୍ଯ୍ୟାମାନଙ୍କୁ ତୁମ୍ଭ ସମ୍ମୁଖରେ ନେଇ ତୁମ୍ଭ ଆତ୍ମୀୟକୁ ଦେବା; ତହିଁରେ ସେ ଏହି ସୂର୍ଯ୍ୟ ସମ୍ମୁଖରେ ତୁମ୍ଭ ଭାର୍ଯ୍ୟାଗଣ ସହିତ ଶୟନ କରିବ ।
ଦିତୀୟ ଶାମୁୟେଲ 12 : 12 (ORV)
ତୁମ୍ଭେ ଏହା ଗୋପନରେ କଲ, ମାତ୍ର ଆମ୍ଭେ ଏହି କର୍ମ ସମୁଦାୟ ଇସ୍ରାଏଲ ଆଗରେ ଓ ସୂର୍ଯ୍ୟ ସମ୍ମୁଖରେ କରିବା ।
ଦିତୀୟ ଶାମୁୟେଲ 12 : 13 (ORV)
ସେତେବେଳେ ଦାଉଦ ନାଥନଙ୍କୁ କହିଲେ, ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛି । ଏଥିରେ ନାଥନ ଦାଉଦଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭର ପାପ ମଧ୍ୟ ଦୂର କରିଅଛନ୍ତି; ତୁମ୍ଭେ ମରିବ ନାହିଁ ।
ଦିତୀୟ ଶାମୁୟେଲ 12 : 14 (ORV)
ତଥାପି ଏହି କର୍ମ ଦ୍ଵାରା ନିନ୍ଦା କରିବା ପାଇଁ ସଦାପ୍ରଭୁଙ୍କ ଶତ୍ରୁମାନଙ୍କୁ ତୁମ୍ଭେ ନିତା; ସୁଯୋଗ ଦେଇଅଛ, ଏହେତୁ ତୁମ୍ଭର ଏହି ଯେ ସନ୍ତାନ ଜନ୍ମିଅଛି, ସେ ନିଶ୍ଚୟ ମରିବ ।
ଦିତୀୟ ଶାମୁୟେଲ 12 : 15 (ORV)
ଏଉତ୍ତାରେ ନାଥନ ଆପଣା ଗୃହକୁ ଚାଲିଗଲେ । ଅନନ୍ତର ସଦାପ୍ରଭୁ ଊରୀୟର ଭାର୍ଯ୍ୟାଠାରୁ ଜାତ ଦାଉଦଙ୍କର ପୁତ୍ରକୁ ଆଘାତ କରନ୍ତେ, ସେ ଅତ୍ୟ; ପୀଡ଼ିତ ହେଲା ।
ଦିତୀୟ ଶାମୁୟେଲ 12 : 16 (ORV)
ଏହେତୁ ଦାଉଦ ବାଳକ ନିମନ୍ତେ ପରମେଶ୍ଵରଙ୍କ ନିକଟରେ ନିବେଦନ କଲେ ଓ ଦାଉଦ ଉପବାସ କଲେ ଓ ଭିତରେ ଯାଇ ରାତ୍ରିଯାକ ଭୂମିରେ ପଡ଼ି ରହିଲେ ।
ଦିତୀୟ ଶାମୁୟେଲ 12 : 17 (ORV)
ଏଥିରେ ତାଙ୍କ ଗୃହସ୍ଥ ପ୍ରାଚୀନମାନେ ଉଠି ତାଙ୍କୁ ଭୂମିରୁ ଉଠାଇବା ପାଇଁ ତାଙ୍କ ନିକଟରେ ଛିଡ଼ା ହେଲେ; ମାତ୍ର ସେ ସମ୍ମତ ହେଲେ ନାହିଁ, କିଅବା ସେମାନଙ୍କ ସଙ୍ଗେ ଭୋଜନ କଲେ ନାହିଁ ।
ଦିତୀୟ ଶାମୁୟେଲ 12 : 18 (ORV)
ଏଉତ୍ତାରେ ସପ୍ତମ ଦିନରେ ବାଳକ ମଲା । ମାତ୍ର ବାଳକ ଯେ ମରିଅଛି, ଏ କଥା ଦାଉଦଙ୍କୁ ଜଣାଇବା ପାଇଁ ତାଙ୍କର ଦାସମାନେ ଭୟ କଲେ; କାରଣ ସେମାନେ କହିଲେ, ଦେଖ, ବାଳକ ବଞ୍ଚିଥିବା ବେଳେ ଆମ୍ଭେମାନେ ବହୁତ କହିଲେ ହେଁ ସେ ଆମ୍ଭମାନଙ୍କ ରବ ଶୁଣିଲେ ନାହିଁ; ଏବେ ବାଳକ ମରିଅଛି, ଏ କଥା ତାଙ୍କୁ ଜଣାଇଲେ, ସେ ଆପଣାର କି ଅନିଷ୍ଟ ନ କରିବେ?
ଦିତୀୟ ଶାମୁୟେଲ 12 : 19 (ORV)
ମାତ୍ର ଦାଉଦ ଆପଣା ଦାସମାନଙ୍କୁ ପରସ୍ପର ଫୁସ୍ଫୁସ୍ ହେଉଥିବାର ଦେଖି ଅନୁମାନ କଲେ ଯେ, ବାଳକ ମରିଅଛି; ଏଣୁ ଦାଉଦ ଆପଣା ଦାସମାନଙ୍କୁ ପଚାରିଲେ, ବାଳକ ମଲାଣି କି? ସେମାନେ କହିଲେ, ମଲାଣି ।
ଦିତୀୟ ଶାମୁୟେଲ 12 : 20 (ORV)
ଏଥିରେ ଦାଉଦ ଭୂମିରୁ ଉଠି ସ୍ନାନ ଓ ମର୍ଦ୍ଦନ ଓ ବସ୍ତ୍ର ପରିବର୍ତ୍ତନ କରି ସଦାପ୍ରଭୁଙ୍କ ଗୃହକୁ ଯାଇ ପ୍ରଣାମ କଲେ; ତହିଁ ଉତ୍ତାରୁ ସେ ଆପଣା ଗୃହକୁ ଆସି ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କ ସମ୍ମୁଖରେ ଖାଦ୍ୟଦ୍ରବ୍ୟ ରଖିଲେ, ତହୁଁ ସେ ଭୋଜନ କଲେ ।
ଦିତୀୟ ଶାମୁୟେଲ 12 : 21 (ORV)
ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ, ଆପଣ ଏ କି ପ୍ରକାର କର୍ମ କଲେ? ବାଳକ ବଞ୍ଚିଥିବା ବେଳେ ଆପଣ ତାହା ପାଇଁ ଉପବାସ ଓ ରୋଦନ କଲେ; ମାତ୍ର ବାଳକ ମଲା ଉତ୍ତାରେ ଆପଣ ଉଠି ଭୋଜନ କଲେ ।
ଦିତୀୟ ଶାମୁୟେଲ 12 : 22 (ORV)
ତହିଁରେ ସେ କହିଲେ, ବାଳକ ବଞ୍ଚିଥିବା ବେଳେ ମୁଁ ଉପବାସ ଓ ରୋଦନ କଲି; କାରଣ ମୁଁ କହିଲି, କେଜାଣି ସଦାପ୍ରଭୁ ମୋʼ ପ୍ରତି କୃପା କଲେ, ମୋହର ବାଳକଟି ବଞ୍ଚି ପାରିବ ।
ଦିତୀୟ ଶାମୁୟେଲ 12 : 23 (ORV)
ମାତ୍ର ଏବେ ତ ସେ ମଲା, ମୁଁ କାହିଁକି ଉପବାସ କରିବି? ମୁଁ କି ତାକୁ ଫେରାଇ ଆଣି ପାରିବି? ମୁଁ ତାହା ନିକଟକୁ ଯିବି, ମାତ୍ର ସେ ମୋʼ ନିକଟକୁ ଫେରି ଆସିବ ନାହିଁ ।
ଦିତୀୟ ଶାମୁୟେଲ 12 : 24 (ORV)
ଅନନ୍ତର ଦାଉଦ ଆପଣା ଭାର୍ଯ୍ୟା ବତ୍ଶେବାକୁ ସାନ୍ତ୍ଵନା କଲେ ଓ ତାହା କତିକି ଯାଇ ତାହାର ସହବାସ କଲେ; ଏଥିଉତ୍ତାରେ ବତ୍ଶେବା ପୁତ୍ର ପ୍ରସବ କରନ୍ତେ, ଦାଉଦ ତାହାର ନାମ ଶଲୋମନ ଦେଲେ ।
ଦିତୀୟ ଶାମୁୟେଲ 12 : 25 (ORV)
ଆଉ ସଦାପ୍ରଭୁ ତାହାକୁ ପ୍ରେମ କଲେ; ପୁଣି ସେ ନାଥନ ଭବିଷ୍ୟଦ୍ବକ୍ତାଙ୍କ ଦ୍ଵାରା କହି ପଠାନ୍ତେ, ସଦାପ୍ରଭୁଙ୍କ ସକାଶୁ ସେ ତାହାର ନାମ ଯିଦିଦୀୟ (ସଦାପ୍ରଭୁଙ୍କ ପ୍ରିୟ) ଦେଲେ ।
ଦିତୀୟ ଶାମୁୟେଲ 12 : 26 (ORV)
ଏଥି ମଧ୍ୟରେ ଯୋୟାବ ଅମ୍ମୋନସନ୍ତାନଗଣର ରବ୍ବା ନଗର ପ୍ରତିକୂଳରେ ଯୁଦ୍ଧ କରି ରାଜନଗର ହସ୍ତଗତ କଲା ।
ଦିତୀୟ ଶାମୁୟେଲ 12 : 27 (ORV)
ପୁଣି ଯୋୟାବ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇ କହିଲା, ମୁଁ ରବ୍ବା ପ୍ରତିକୂଳରେ ଯୁଦ୍ଧ କରିଅଛି, ଆହୁରି ଜଳନଗର ହସ୍ତଗତ କରିଅଛି ।
ଦିତୀୟ ଶାମୁୟେଲ 12 : 28 (ORV)
ଏହେତୁ ଆପଣ ଅବଶିଷ୍ଟ ଲୋକମାନଙ୍କୁ ଏକତ୍ର କରି ନଗର ନିକଟରେ ଛାଉଣି ସ୍ଥାପନ କରି ତାହା ହସ୍ତଗତ କରନ୍ତୁ, ନୋହିଲେ ମୁଁ ସେ ନଗର ହସ୍ତଗତ କଲେ, ତାହା ମୋʼ ନାମାନୁସାରେ ଖ୍ୟାତ ହେବ ।
ଦିତୀୟ ଶାମୁୟେଲ 12 : 29 (ORV)
ଏଣୁ ଦାଉଦ ସମସ୍ତ ଲୋକଙ୍କୁ ଏକତ୍ର କରି ରବ୍ବାକୁ ଗଲେ ଓ ତହିଁ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲେ ।
ଦିତୀୟ ଶାମୁୟେଲ 12 : 30 (ORV)
ପୁଣି ସେ ସେମାନଙ୍କର ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ; ତାହା ଏକ ମହଣ ପରିମିତ ସୁବର୍ଣ୍ଣ ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଥିଲା; ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା । ପୁଣି ସେ ସେହି ନଗରରୁ ପ୍ରଚୁର ଲୁଟଦ୍ରବ୍ୟ ବାହାର କରି ଆଣିଲେ ।
ଦିତୀୟ ଶାମୁୟେଲ 12 : 31 (ORV)
ଆହୁରି ସେ ତନ୍ମଧ୍ୟବର୍ତ୍ତୀ ଲୋକମାନଙ୍କୁ ବାହାର କରି ଆଣି ସେମାନଙ୍କୁ କରତ ଓ ଲୁହା ମଇ ଓ ଲୁହା କୁହ୍ରାଡ଼ି ଦ୍ଵାରା ଦଣ୍ତ ଦେଲେ ଓ ସେମାନଙ୍କୁ ଇଟାଭାଟି ଦେଇ ଗମନ କରାଇଲେ; ସେ ଅମ୍ମୋନ-ସନ୍ତାନଗଣର ସମୁଦାୟ ନଗର ପ୍ରତି ଏହି ପ୍ରକାର କଲେ । ଏଉତ୍ତାରେ ଦାଉଦ ଓ ସମସ୍ତ ଲୋକ ଯିରୂଶାଲମକୁ ଫେରି ଆସିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31

BG:

Opacity:

Color:


Size:


Font: